୧୬ ନଂ ଜାତୀୟ ରାଜପଥ ସୋଲେରୀ ବାଇପାସରେ ସଡକ ଦୁର୍ଘଟଣା, ୩ ଗୁରୁତର

ଟାଙ୍ଗୀ (କେନ୍ଯୁଜ):  ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବାଲୁଗାଁ ଥାନା ସୋଲେରୀ ବାଇପାସରେ ସଡକ ଦୁର୍ଘଟଣାରେ ୩ ଗୁରୁତର । ସମସ୍ତ ଗୁରୁତର ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ କାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

କୋଲକତାରୁ ୨ ଟି କପଡା ବୋଝେଇ କଣ୍ଟେନର ଆନ୍ଧ୍ର ପ୍ରଦେଶ ଯାଉଥିବା ବେଳେ ଗୋଟିଏ ଗାଡିର ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାରୁ ଗାଡିଟି ଅଟକି ଥିଲା । ଅନ୍ୟ କପଡା ବୋଝେଇ କଣ୍ଟେନର ମଧ୍ୟ ସେଠାରେ ଅଟକାଇ ଉଭୟ ଗାଡିର ଚାଳକ ମାନେ କଣ୍ଟେନର ନିକଟରେ ରାସ୍ତା ଉପରେ ରାତ୍ରୀ ଭୋଜନ ପାଇଁ ରୋଷେଇ କରୁଥିଲେ ।

ଏହି ସମୟରେ ଏକ ଦ୍ରୁତଗାମୀ ଚିଙ୍ଗୁଡି ବୋଝେଇ କଣ୍ଟେନର କପଡା ବୋଝେଇ କଣ୍ଟେନର ପଛ ପଟକୁ ଧକ୍କା ଦେଇଥିଲା । ଫଳରେ ରୋଷେଇ କରୁଥିବା ଚାଳକଙ୍କ ଉପରେ ଚିଙ୍ଗୁଡି ଗାଡିଟି ମାଡିଯାଇଥିଲା । ଚିଙ୍ଗୁଡି ବୋଝେଇ ଗାଡିଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଯାଇଛି । ଚିଙ୍ଗୁଡି ବୋଝେଇ କଣ୍ଟେନର ଚାଳକ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ୟାବିନ ମଧ୍ୟରେ ଫସି ରହିଥିଲେ । ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ । ଆହତ ମାନଙ୍କୁ ବାଲୁଗାଁ ମେଡିକାଲରେ ଭତ୍ତିର୍ତ୍ତି କରାଯାଇଛି । ଆହତ ମାନେ ହେଲେ ପବନ ଚୌଧୁରୀ, ଲଳିତ କୁମାର ଚୌଧୁରୀ ଓ ବଳରାମ ବେହେରା ।

Leave A Reply

Your email address will not be published.