କାର-ବୁଲେଟ ମୁହାଁମୁହିଁ ଧକ୍କା, ୩ ଗୁରୁତର

ଆନନ୍ଦପୁର : କାର ବୁଲେଟ ମୁହାଁମୁହିଁ ଧକ୍କା । ୩ ବୁଲେଟ ଆରୋହୀ ଗୁରୁତର। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥ ବାରିଗାଁ ନିକଟରେ କେନ୍ଦୁଝର ରୁ ଯାଜପୁର ଅଭିମୁଖେ ଯାଇଥିବା କାର ସହ ସମ୍ମୁଖରୁ ଆସୁଥିବା ବୁଲେଟ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବୁଲେଟ ରେ ଥିବା ୩ ଯୁବକ ଗୁରୁତର ହୋଇଥିଲେ ।
ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ଦମକଳ ବାହିନୀ ସହାୟତାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଜଣକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତରଙ୍କ ଘର ଯାଜପୁର ଜିଲ୍ଲା ସାରଙ୍ଗପୁର ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣା ହୋଇଥିବା ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି ।