ଚାକିରୀରୁ ବହିଷ୍କୃତ ହେଲେ ୩ IRB ଯବାନ, ପୋଲିସ ବାରାକରେ ଗଞ୍ଜେଇ ରଖିବା ଘଟଣା

କଣ୍ଟାମାଳ : ଚାକିରୀରୁ ବହିଷ୍କୃତ ହେଲେ ୩ IRB ଯବାନ। ବୌଦ୍ଧ ମନମୁଣ୍ଡା ଥାନା ପୋଲିସ ବାରାକରେ ଗଞ୍ଜେଇ ରଖିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ୩ ଜଣ IRB ଯବାନଙ୍କୁ ଚାକିରିରୁ ବହିଷ୍କୃତ କଲେ ପଞ୍ଚମ ବାଟାଲିଅନର କମାଣ୍ଡାଣ୍ଟ। ଗଞ୍ଜେଇ କାରବାରରେ ଲିପ୍ତ ଥିବାରୁ ପୂର୍ବରୁ ୩ଯବାନ ନିଲମ୍ବିତ ହୋଇଥିଲେ । ଏହି ୩ ଯବାନ ହେଲେ ହାବିଲଦାର କୁନାର ସିଂ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ ବରାଳ। ଗତ ମାର୍ଚ୍ଚ ୨୫ରେ ମନୁମୁଣ୍ଡା ପୋଲିସ ବ୍ୟାରେକରେ ଚଢ଼ାଉ କରି ତିନି ଯବାନଙ୍କୁ ଗିରଫ କରିଥିଲେ ବୌଦ୍ଧ ଏସିପି।