ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର
କନ୍ଧମାଳ ଫିରିଙ୍ଗିଆ ନିକଟରେ ଯାତ୍ରବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ।

କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ । କନ୍ଧମାଳ ଫିରିଙ୍ଗିଆ ନିକଟରେ ଯାତ୍ରବାହୀ ବସ୍ ଦୁର୍ଘଟଣାଗ୍ରସ୍ତ। ମୁନିଗୁଡାରୁ ଫୁଲବାଣୀ ଆସୁଥିବା ସାଲୁଙ୍କି ବସ ଫିରିଙ୍ଗିଆ ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ମୃତ ବ୍ୟକ୍ତିଙ୍କ ମଧ୍ୟରେ ବସ କଣ୍ଡକ୍ଟର ଥିବା ଜଣାପଡିଛି । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । ଆହତଙ୍କୁ ପ୍ରଥମେ ଫିରିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଫୁଲବାଣୀ ଠାରେ ମେଡିକାଲକୁ ଯାଇ ଜିଲ୍ଲାପାଳ ଓ ଏସପି ଗୁରୁତରଙ୍କୁ ଭେଟିଥିବା ଜଣାପଡ଼ିଛି । ବସରେ ୮୦ରୁ ଅଧିକ ଯାତ୍ରୀ ରହିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଫିରିଙ୍ଗିଆ ବିଡିଓ, ଆଇଆଇସି ତଦାରଖ କରଥିବା ବେଳେ ଅଗ୍ନିଶମ ବିଭାଗ ଓ ପୋଲିସ ବାହିନୀ ଗ୍ରାମବାସୀଙ୍କୁ ଧରି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ।