ବୋଲେରୋ ଧକ୍କାରେ ୩ ମୃତ, ଜଣେ ଗୁରୁତର

ସୋନପୁର : ସୋନପୁର-ସମ୍ବଲପୁର ରାସ୍ତାର ମେଟକାନୀ ମନ୍ଦିର ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା ।  ଏକ ଅଟୋରେ ୪ଜଣ ମେଟକାନୀକୁ ଯାଇ ରାସ୍ତାକଡ଼ରେ ଚା ପିଉଥିବା ବେଳେ ଘଟିଛି ଦୁର୍ଘଟଣା । ଚା ପିଉଥିବା ବେଳେ ସୋନପୁର ଆଡୁ ସମ୍ବଲପୁର ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ସେମାନଙ୍କୁ ଧକ୍କାଦେଇ ସେଠାରୁ ଖସି ଯାଇଥିଲା । ଘଟଣାସ୍ଥଳରେ ୩ ଜଣକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ ।

ଗୁରୁତର ଜଣଙ୍କୁ ଉଲୁଣ୍ଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକମାନେ ଆଇଁଲାଛାଟ, ନାରାୟଣ ଟିକ୍ରା ଓ ମାଟିଖାଇ ଗାଁର ବୋଲି ଜଣାପଡ଼ିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ଉଲୁଣ୍ଡା ଥାନା ପୋଲିସ ।