ପିକ୍‌ନିକ୍‌ ହେଲା କାଳ: ଅଜଣା ଗାଡି ଧକ୍କାରେ ୩ ମୃତ, ୫ ଗୁରୁତର

ବଲାଙ୍ଗିର(କେନ୍ଯୁଜ୍): ପିକ୍‌ନିକ୍‌ ହେଲା କାଳ। ଅଜଣା ଗାଡି ଧକ୍କାରେ ୩ ମୃତ, ୫ ଗୁରୁତର। ବଲାଙ୍ଗିର-ସୋନପୁର ରାଜରାସ୍ତାର ରଣ୍ଡା ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୮ଜଣ ସାଙ୍ଗ ଖଣ୍ଡାଧାରକୁ ପିକନିକ୍‌ କରିବାକୁ ଯାଇଥିଲେ।

ପିକ୍‌ନିିକ୍‌ ସାରି ବୋଲେରୋରୋ ଫେରୁଥିବାବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ପଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଗୁରୁତର ୫ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.