ଗଛରେ ପିଟି ହେଲା ବାଇକ, ୩ ମୃତ

ମୟୂରଭଞ୍ଜ :ଗଛରେ ପିଟି ହେଲା ବାଇକ । ପ୍ରାଣ ହରାଇଲେ ୩ ବାଇକ ଆରୋହୀ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନ ବାଘଡ଼ା ପଞ୍ଚାୟତର ଡିମିଆ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସିଙ୍ଗଡ଼ା ଭୀମ ମେଳାରେ ଘଟ ଉତ୍ତୋଳନ ସାରି ଗୋଟିଏ ବାଇକରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲେ । ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ଆମ୍ୱୁଲାନସରେ କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକମାନଙ୍କ ପରିଚୟ ମିଳିପାରିନାହିଁ ।