ଭିନ୍ନ ଭିନ୍ନ ଦୁଇଟି ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଭାରସାମ୍ୟ ହରାଇ କେନାଲରେ ପଡି ଜଣଙ୍କ ମୃତ୍ୟୁ

ତାଳଚେର/ମାହାଙ୍ଗା(କେନ୍ଯୁଜ୍): ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ୍‌ । ସ୍କୁଟି ଚାଳକ ମୃତ । ତାଳଚେର ବଅଁରପାଳ ୧୪୯ନମ୍ବର ରାଜପଥର ନୂଆପଡା ଗାଁ ନିକଟରେ ଦୁର୍ଘଟଣା । ମୃତକ ସୋମ୍ୟଦତ୍ତ ଶତପଥୀ । ଦୁର୍ଘଟଣା ପରେ କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏପଟେ ଏକ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ଯୁ ହୋଇଛି । କଟକ ଚାନ୍ଦବାଲି ରାସ୍ତାର ମଧୁବନ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଲେ ନରେନ୍ଦ୍ରପୂର ଗାଁର ବୀରେଦ୍ର ସିଂହ । ସେହିପରି ଭାରସାମ୍ୟ ହରାଇ କେନାଲରେ ପଡି ଗୋତରା ଗାଁର ଅରୁଣ ଦାସଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.