ଦୁର୍ଘଟଣାରେ କାକା ଓ ଦୁଇ ପୁତୁରା ମୃତ
ନୂଆପଡ଼ା : ଦୁର୍ଘଟଣାରେ କାକା ଓ ଦୁଇ ପୁତୁରା ମୃତ । ନୂଆପଡ଼ା ଲଖନା ଥାନା ଦଲଦଳିଠାରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରା ଦେଖିବାକୁ ଆସିଥିଲେ । ଘରକୁ ଫେରିବା ବାଟରେ ଟ୍ରକ ଧକ୍କାରେ ଚାଲି ଗଲା କାକା ସହ ଦୁଇ ପୁତୁରାଙ୍କ ଜୀବନ । ମୃତକ ଦଲଦଳି ଗାଁର ଗୁଡ଼ୁ ଧରୁଆ ଓ ତାଙ୍କ ଦୁଇ ପୁତୁରା ହେତରାମ ଶବର, ଶ୍ୟାମ ଶବର l
ରାତି ପ୍ରାୟ ୯ଟାରେ ଏକ ବାଇକରେ କାକା ଓ ଦୁଇ ପୁତୁରା ଘରକୁ ଫେରୁଥିଲେ । ଜାତୀୟ ରାଜପଥ ୩୫୩ ଦଲଦଳି ଛକ ନିକଟରେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଏଥିରେ କାକା ଓ ଦୁଇ ପୁତୁରା ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠି କାକା ଓ ଦୁଇ ପୁତୁରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର ହୋଇ ଯାଇଛି ।