ଗୁଣିଗାରେଡି ସନ୍ଦେହରେ ତିନି ଜଣଙ୍କୁ ମାରିଦେଲେ, ୫ ଦିନ ପୂର୍ବରୁ ନିଖୋଜ ଥିଲେ
ସୋର: ଗୁଣିଗାରେଡି ସନ୍ଦେହରେ ଦୁଇଟି ପରିବାରର ତିନି ଜଣଙ୍କୁ ମାରିଦେଲେ । ଔପଦା ଥାନା ଵଡ଼ପୋଖରୀ ପଞ୍ଚାୟତ ବରପଦା ଗ୍ରାମ୍ୟ ଜଙ୍ଗଲରୁ ମଳିଲା ମୃତ ଦେହ । ୫ ଦିନ ପୂର୍ବରୁ ନିଖୋଜ ଥିଲେ ସମସ୍ତେ । ଆଜି ମୃତଦେହ ଠାବ ପରେ ପୋଲିସ ୬ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ମୃତଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ ପୁରୁଷ ଥିବା ସୁଚନା । ଗୁଣିଗାରେଡି ସନ୍ଦେହରେ ଦମ୍ପତି ଓ ବୃଦ୍ଧଙ୍କୁ ପିଟି ପିଟି ମାରିଥିବା ସନ୍ଦେହ । ପାହାଡ଼ରୁ ୩ ମୃତ ଦେହ ଉଦ୍ଧାର ପରେ ଔପଦା ପୋଲିସ ଘଟଣାର ପର୍ଦ୍ଦା ଫାସ କରିଛି । ଭୁବନେଶ୍ୱରରେ ଥିବା ବୃଦ୍ଧଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ପୋଲିସ ଏ ସମ୍ପର୍କରେ ଜାଣିବାକୁ ପାଇଛି । ଗୁଣି ସନ୍ଦେହରୁ ପିଟି ପିଟି ମାରିଥିବା ପୋଲିସ ସୂଚନା ଦେଇଛି । ପଚରା ଉଚରା ପରେ ପୋଲିସ ଛ’ ଜଣଙ୍କୁ ଗିରଫ କରିଛି ।