ଚେନ୍ନାଇରେ ରହିଛି ଓଡ଼ିଆ ଶ୍ରମିକଙ୍କର ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା: ବୁଝୁନି ପ୍ରଶାସନ, ଏବେ ଅସୁବିଧାରେ ପରିବାର ଲୋକେ

ବାଲୁଗାଁ (କେନ୍ୟୁଜ): ଚେନ୍ନାଇରୁ ଫେରିଲେ ଓଡ଼ିଆ ଦାଦନ ଶ୍ରମିକ କିନ୍ତୁ ୨୫ ଦିନ ବିତି ଯାଇଥିଲେ ମଧ୍ୟ ଏବେ ବି ପାଇ ନାହାନ୍ତି ତାଙ୍କ ପାରିଶ୍ରମିକ। ବାଲୁଗାଁ ଶ୍ରମ ଅଧିକାରୀ କହିଥିଲେ ଯେ ସେ ଚେନ୍ନାଇ ସ୍ଥିତ ଅନଭ କମ୍ପାନୀ ସହିତ କଥା ହୋଇଛନ୍ତି ଏବଂ କମ୍ପାନୀର ପ୍ରତିଶ୍ରୁତି ମୁତାବକ ସମସ୍ତ ବକେୟା ୩ ଲକ୍ଷ ୧୫ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗତ ୭ ଅକ୍ଟୋବର ୨୦୨୨ରେ ଜମା କରିବ ଏବଂ ସେ ଏହି ବକେୟା ପାଉଣା ସୋମବାର ଦିନ ପ୍ରଦାନ କରିବେ ମାତ୍ର ଏବେ ବାଲୁଗାଁ ଶ୍ରମ ଅଧିକାରୀଙ୍କୁ ଫୋନ କଲେ ମୋ ପାଖରେ ସମୟ ନାହିଁ କହି ଫୋନ କାଟି ଦେଉଛନ୍ତି। ପରେ ଫୋନ କଲେ ଆଉ ରିସିଭ କରୁ ନାହାନ୍ତି ।

ପ୍ରକାଶ ଥାଉକି ଶ୍ରମିକ ନନ୍ଦ କିଶୋର ପଳାଇ ଜଣେ ହୃଦରୋଗୀ। ସେହିଭଳି ଟିଟୁ ବଳବନ୍ତରାୟଙ୍କ ଉପରେ ଭିନ୍ନ କ୍ଷମ ବାପା, ବିଧବା ଭାଉଜ ଏବଂ ଚାରି ଜଣ ଛୋଟ ଛୁଆ ନିର୍ଭର କରନ୍ତି। ସେହି ଭଳି ଲିଙ୍ଗରାଜ ସାହୁଙ୍କ ଉପରେ ଭିନ୍ନ କ୍ଷମ ବାପା ମା ଏବଂ ଦୁଇ ଛୁଆଙ୍କ ସହିତ ସମ୍ପୂର୍ଣ ପରିବାର ନିର୍ଭର କରନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.