ହ୍ବାଟ୍ସଆପରେ ଷ୍ଟାଟସ୍ ଦେଇ ଜୀବନ ହାରିଲେ କଲେଜ୍ ଛାତ୍ରୀ, +୩ ଶେଷବର୍ଷ ବିଜ୍ଞାନରେ ପଢୁଥିଲେ

ଆନନ୍ଦପୁର : ହ୍ବାଟ୍ସଆପରେ ଷ୍ଟାଟସ୍ ଦେଇ ନିଜେ ରହୁଥିବା ମେସ୍ ରୁମରେ ବେକରେ ଓଡଣୀ ଲଗାଇ ଜୀବନ ହାରିଲେ କଲେଜ୍ ଛାତ୍ରୀ । ମୁଁ ଦୁଃଖିତ ଆଜି ମୋର ଶେଷ ଦିନ । ଆଉ କାହା ପାଇଁ ଆଜି ମୁଁ ଫସିଗଲି  । ମୋର ଭୁଲ ନଥାଇବି ମୁଁ ଦୋଷୀ ହୋଇଗଲି  । ସେଥିପାଇଁ ସମସ୍ତଙ୍କ ଠାରୁ ଦୁରକୁ ଚାଲି ଯାଉଛି । ମତେ କ୍ଷମା କରିଦେବ ।  ଏମିତି ଷ୍ଟାଟସ ରଖି ଜୀବନ ହାରିଲେ ଛାତ୍ରୀ ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଫକିରପୁରର  ଏକ ମହିଳା ମେସ୍ ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତା ଛାତ୍ରୀ ହେଲେ ମାନସୀ ନାୟକ, ଘର ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲ ଗାଁରେ । ସେ ଏଠାରେ ରହି ଆନନ୍ଦପୁର ମହାବିଦ୍ୟାଳୟ ଠାରେ +୩ ଶେଷବର୍ଷ ବିଜ୍ଞାନରେ ପାଠ ପଢୁଥିଲେ । ଖବର ପାଇ ଆନନ୍ଦପୁର ପୋଲିସ ପହଁଞ୍ଚି ତଦନ୍ତ କରୁଛି । ମୃତା ଛାତ୍ରୀଙ୍କ ମୋବାଇଲ୍ ଜବତ ସହ ମେସ୍ ରେ ଥିବା ଅନ୍ଯ ଅନ୍ତେବାସୀଙ୍କୁ ପଚାରା ଉଚାରା କରାଯାଇଛି । ଷ୍ଟାଟସର ଲେଖାକୁ ଦେଖିଲେ ଆତ୍ମହତ୍ୟା ପଛରେ କିଛି ଭିନ୍ନ କାରଣ ରହିଥିବା ସଂନ୍ଦେହ କରାଯାଉଛି ।