ରାଜ୍ୟ

ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ଟି ମନ୍ତ୍ର: ଇନୋଭେସନ୍‌, ଇଣ୍ଟିଗ୍ରେସନ ଓ ଇନ୍‌କ୍ଲୁସିଭନେସ୍‌

ସମ୍ବଲପୁର : ସମ୍ବଲପୁର IIMର ନିଜସ୍ୱ କ୍ୟାମ୍ପସର ହେଲା ଶିଳାନ୍ୟାସ । ଭର୍ଚୁଆଲରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି, ମ୍ୟାନେଜମେଣ୍ଟ କ୍ଷେତ୍ରରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିବ । ଲୋକାଲକୁ ଭୋକାଲ କରିବା IIM ଛାତ୍ରଛାତ୍ରୀଙ୍କ ଦାୟିତ୍ୱ । ସେମାନଙ୍କୁ ନୂଆ ଚିନ୍ତାଧାରା ନେଇ କାମ କରିବାକୁ ପଡ଼ିବ । IIMର ନୂଆ ବିଲ୍ଡିଂ ଓଡ଼ିଶାର ନୂଆ ପରିଚୟ ହେବ । ସମ୍ବଲପୁର ପ୍ରାକୃତିକ ପରିବେଶ ମଧ୍ୟରେ ଘେରି ରହିଛି । ସମ୍ବଲପୁରରେ ସବୁକିଛି ଭରପୂର ହୋଇ ରହିଛି । ଆଜିର ଷ୍ଟାର୍ଟଅପ୍‌ କାଲିର ମଲ୍ଟି ନ୍ୟାସନାଲ କମ୍ପାନୀ ।

ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ୩ ମନ୍ତ୍ର ଦେଇଛନ୍ତି । ଇନୋଭେସନ୍‌, ଇଣ୍ଟିଗ୍ରେସନ ଓ ଇନ୍‌କ୍ଲୁସିଭନେସ୍‌ । ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ବିକାଶ ପାଇଁ କାମ କରିବାକୁ କହିଛନ୍ତି ମୋଦି । ବ୍ରାଣ୍ଡ ଇଣ୍ଡିଆର ପରିଚୟ ହେବାକୁ ମୋଦି ଆହ୍ଵାନ ଦେଇଛନ୍ତି । ସମ୍ବଲପୁରୀ ବାନ୍ଧକଳାକୁ ପ୍ରଶଂସା କରିଛନ୍ତି । ସ୍ଥାନୀୟ ଉତ୍ପାଦକୁ ନେଇ ବିଶ୍ୱସ୍ତରୀୟ କରିବାକୁ ପଡ଼ିବ । ଉଦ୍‌ବୋଧନ ସମୟରେ ‘ରଙ୍ଗବତୀ’ କଥା କହିଲେ ମୋଦି । ଛାତ୍ରଙ୍କୁ ଓଡ଼ିଶାର ପର୍ଯ୍ୟଟନ ବିକାଶ ଦିଗରେ କାମ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଲୋକାଲକୁ ଗ୍ଲୋବାଲ କରିବାକୁ କହିଛନ୍ତି । ୨୦୧୪ରେ ଦେଶରେ ୧୩ଟି IIM ଥିଲା ଏବେ ୨୦ଟି ହେଲାଣି । ସମୟ ସହ ନୁହେଁ, ସମୟ ପୂର୍ବରୁ କାମ କରିବାକୁ ହେବ ।

ମୋଦି କହିଛନ୍ତି, ସମ୍ବଲପୁର ନିଜେ ଏକ ପ୍ରୟୋଗଶାଳା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଦେଶରେ ଓଡ଼ିଶା ଏକ ରିସର୍ଚ୍ଚ ହବ୍‌ । ପୂର୍ବ ଭାରତରେ ଓଡ଼ିଶା ଶିକ୍ଷାର ହବ୍‌ ହେବାକୁ ଯାଉଛି । IIM ସମ୍ବଲପୁର ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ପ୍ରମୁଖ ସାମିଲ ହୋଇଥିଲେ । ଗୋଶାଳା ନିକଟସ୍ଥ ବସନ୍ତପୁରରେ ଆଇଆଇଏମକୁ ୨୦୦ ଏକର ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୨୦୨୨ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରହିଛି । ତେବେ ୫ ବର୍ଷ ହେବ ପ୍ରଥମେ ଏକ ବେସରକାରୀ ଘରୋଇ କଲେଜ ଏବଂ ପରେ ବୁର୍ଲା ଜ୍ୟୋତି ବିହାର ୟୁନିଭରସିଟି ସ୍ଥିତ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି IIM ।

Sonalisa

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

3 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

6 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

39 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

41 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago