ମାଲକାନଗିରି ସୀମାନ୍ତ ଆନ୍ଧ୍ରରେ ପୋଲିସକୁ ବଡ଼ ସଫଳତା: ୩ କ୍ୟାଡର ମାଓବାଦୀ ମୃତ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ପୋଲିସ ଏନକାଉଣ୍ଟରରେ ୩ କ୍ୟାଡର ମାଓବାଦୀ ମୃତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ଭଦ୍ରାଦି କତୁଗୁଡେମ ଜିଲ୍ଲା ପୋଲିସକୁ ବଡ଼ ସଫଳତା। ଗୁଣ୍ଟାଲା ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ପୋଲିସର ଏନକାଉଣ୍ଟରରେ ୩ କ୍ୟାଡର ମାଓବାଦୀ ମୃତ ।

ଘଟଣାସ୍ଥଳରୁ ଜଣେ ପୁରୁଷ ଓ ୨ ଜଣ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଣାସ୍ଥଳରୁ ଗୋଟିଏ 8MM ରାଇଫଲ, ଗୋଟିଏ କିଟ୍‌ ବ୍ୟାଗ ଏବଂ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.