ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ ପରିବାରର । ମୃତକମାନେ ଅସ୍ତରଙ୍ଗ ନିକଟ ବାଲିଡିଆ ଗ୍ରାମର ଓମ୍ ବେହେରା (୧୪) ରୋହନ ବେହେରା (୧୪), କାହ୍ନା ବେହେରା (୧୩) । ଦେବୀ ନଦୀରେ ଗାଧୋଇବା ବେଳେ ବୁଡି ଯାଇଥିଲେ । ଘରକୁ ଆସିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ନଦୀରେ ଯାଇ ଖୋଜିଲା ବେଳେ ସେମାନଙ୍କ ନଦୀରେ ଭାସୁ ଥିବା ଦେଖା ଯାଇଥିଲା ।  ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଅସ୍ତରଙ୍ଗ ଡାକ୍ତରଖାନା ତାପରେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିଲେ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି  ।  ସେମାନଙ୍କ ମୃତ ଶରୀର ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଷ୍ଟମର୍ଟମ ପାଇଁ ରଖାଯାଇଛି ।

You might also like