କୁରକୁରେ-ବିସ୍କୁଟ-ଚିପ୍ସ ଚୋରି କରି ବନ୍ଧା ହେଲେ ୩ ଚୋର, ନିସ୍ତୁକ ଖାଇଲେ ମାଡ

ଅନୁଗୁଳ (କେନ୍ୟୁଜ) : ଦୋକାନରେ ଚୋରି କରୁଥିବା ବେଳେ ଧରାପଡିଲେ ଯୁବକ । ଚୋରି କରିବାକୁ ଆସି ଲୋକଙ୍କ ହାତରେ ଧରାପଡି ନିସ୍ତୁକ ମାଡ଼ ମଧ୍ୟ ଖାଇଲେ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଫୁଲଝରି ଗାଁରେ ଚୋରି କରିବାକୁ ଆସି ଛେଚା ଖାଇଲେ ୩ ଯୁବକ।

ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଲୋକେ।କଣିହାଁ ଥାନା ଭାଲୁଗାଡ଼ିଆ ଅଞ୍ଚଳର ୩ ଜଣ ଯୁବକ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ନିସ୍ତୁକ ମାଡ ଖାଇଥିଲେ । ପୋଲିସ ପହଂଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ସେମାନଙ୍କ ନିକଟରୁ ଭୁଜାଲି ମଧ୍ୟ ଜବତ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.