ସେଣ୍ଟ୍ରାଲ ଫୋରେନସିକ୍‌ ଲାବକୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍‌, ନିର୍ଦ୍ଦେଶ ଦେଲେ ଭୁବନେଶ୍ୱର ସିବିଆଇ କୋର୍ଟ -୧

SDJM ଭୁବନେଶ୍ୱରଙ୍କ ମାଧ୍ୟମରେ କୋଲକତା CFSLକୁ ପଠାଯିବ । ଅର୍ଚନାଙ୍କ ଅପୋ, ସାମସଙ୍ଗ ଫୋଲଡେଡ୍‌ ଫୋନ ଓ ଜଗବନ୍ଧୁଙ୍କ apple iphone ରହିଛି । ଏଥିରେ ହନିଟ୍ରାପ ଓ ବ୍ଲାକମେଲିଂ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ଅନୁମାନ କରାଯାଉଛି ।

ଭୁବନେଶ୍ବର(କେନ୍ୟୁଜ୍): ସେଣ୍ଟ୍ରାଲ ଫୋରେନସିକ୍‌ ଲାବକୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍‌ ଫୋନ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ କୋର୍ଟ-୧ । ସେମାନଙ୍କର ମୋବାଇଲ୍‌ ଫୋନକୁ CFSLକୁ ପଠାଇବା ପାଇଁ ଗତ ଜାନୁଆରୀରେ ଅନୁରୋଧ କରିଥିଲା ଇଡି । ଭୁବନେଶ୍ୱର SFSLରୁ ଏହି ଫୋନକୁ ଖଣ୍ଡଗିରି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଦୟାନିଧି ନାୟକ ଆଣି CFSL ପଠାଇବେ ।