ବୌଦ୍ଧ ଫଗୁନମାଲ ଛକ ନିକଟରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇଓ୍ଵା, ଗୋଟିଏ ପରିବାରର ୩ ମୃତ

ବୌଦ୍ଧ : ମର୍ମନ୍ତୁଦ ସଡକ ଦୁର୍ଘଟଣା ନେଲା ୩ ଜୀବନ। ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇଓ୍ଵା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଫଗୁନମାଲ ଛକ ନିକଟରେ ଘଟିଛି ଦୁର୍ଘଟଣା ।

ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ହୋଇଛନ୍ତି । ଯାତ୍ରୀଙ୍କୁ ନେଇ ମନମୁଣ୍ଡାରୁ କଣ୍ଟାମାଳ ଆସୁଥିବା ବେଳେ ବୀପରିତ ଦିଗରୁ ଆସୁଥିବା ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଅଟୋ ଚାଳକଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.