କିଡ୍‌ନୀ ପ୍ରତିରୋପଣ କରି ସୁସ୍ଥ ହେଲେ ୩ ରୋଗୀ, ମା’ ସାଜିଲେ ଡୋନର

ମା' ସାଜିଲେ ଡୋନର। ଭୁବନେଶ୍ୱର କେୟାର ହସ୍ପିଟାଲରେ ଆରମ୍ଭ ହୋଇଥିବା କିଡନୀ ପ୍ରତିରୋପଣ ସର୍ଜରୀରେ ୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): କିଡ୍‌ନୀ ପ୍ରତିରୋପଣ କରି ସୁସ୍ଥ ହେଲେ ୩ ରୋଗୀ । ଡୋନର ସାଜିଲେ ମାଆ । ଭୁବନେଶ୍ୱର କେୟାର ହସ୍ପିଟାଲରେ ଆରମ୍ଭ ହୋଇଥିବା କିଡନୀ ପ୍ରତିରୋପଣ ସର୍ଜରୀରେ ୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଅତ୍ୟାଧୁନିକ ପଦ୍ଧତିରେ ସୁଲଭ ମୂଲ୍ୟରେ କେୟାର ହସ୍ପିଟାଲରେ କିଡନୀ ପ୍ରତିରୋପଣ କରାଯାଉଛି । କେୟାର ହସ୍ପିଟାଲର ଡାକ୍ତର ବିବେକାନନ୍ଦ ପଣ୍ଡା, ଡାକ୍ତର ଅଶୋକ ପଣ୍ଡା, ଡାକ୍ତର ପି . ଭାମ୍ସି କ୍ରିଷ୍ଣା, ଡାକ୍ତର ପ୍ରସାଦ ରାଜୁଙ୍କ ସମେତ ଆନାସ୍ପେସିଓଲୋଜି ବିଭାଗର ଡାକ୍ତର ରିତେଶ ରାୟ, ଡାକ୍ତର ଗୌରବ ଅଗ୍ରୱାଲ ଏବଂ ଡାକ୍ତର ଅଙ୍କିତା ମୋହତାଙ୍କ ସାହାଯ୍ୟରେ ଏହି କିଡନୀ ପ୍ରତିରୋପଣ ସଫଳତାର ସହିତ ହୋଇଥିଲା ।

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେୟାର ହସ୍ପିଟାଲର କିଡନୀ ରୋଗ ବିଭାଗର ମୁଖ୍ୟ ଡାକ୍ତର ବିବେକାନନ୍ଦ ପଣ୍ଡା କିଡ୍‌ନୀ ରୋଗ ବିଭିନ୍ନ କାରଣ, ଲକ୍ଷଣ ଓ ପ୍ରତିକାର ଉପରେ ଆଲୋଚନା କରିଥିଲେ । ବରିଷ୍ଠ କିଡ୍‌ନୀ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ପଣ୍ଡା କିଡନୀ ପ୍ରତିରୋପଣ ସର୍ଜରୀ ଉପରେ ଗୁରୁତ୍ୱ ଦେଇଥିଲେ । ତେବେ ହସ୍ପିଟାଲରେ କମ ଖର୍ଚ୍ଚ ସହ ସମସ୍ତ ପ୍ରକାର ସେବା ସ୍ୱାସ୍ଥ୍ୟ ବିମା ଓ BSKY କାର୍ଡ ମାଧ୍ୟମରେ ଚିକିତ୍ସା ମଧ୍ୟ ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.