ନକଲି ଫୋନପେ ଆପରେ ଠକେଇ, ୩ ଗିରଫ

ପାଟଣାଗଡ଼ : ନକଲି ଫୋନପେ ଆପରେ ଠକେଇ କରି ୩ ଜଣ ଗିରଫ । ଠକ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପୋଲିସ । ବିଦେଶୀ ମଦ ଦୋକାନରୁ ମଦକିଣି ଫେକ ଫୋନ ପେରେ ଟଙ୍କା ଦେଇଥିଲେ ଏହି ୩ ଠକ । ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ନଆସିବାରୁ ସେମାନେ ଠକିଥିବା ସନ୍ଦେହ କରି ସେମାନଙ୍କୁ ପୋଲିସ ଜିମା ଦେଇଥିଲେ। ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା ପରେ ୩ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି ।