କଟକ : କଟକ କାଠଯୋଡ଼ି ନଦୀକୁ ୪ ଦିନରେ ୩ ଜଣ ଡେଇଁ ନିଖୋଜ । ପୋଲିସ ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ପରେ ମଧ୍ୟ କାହାରି ପତ୍ତା ମିଳିପାରିନାହିଁ । ଗତକାଲି ରାତିରେ କାଠଯୋଡିକୁ ଡେଇଁ ପଡିଥିବା ଯୁବକଙ୍କର ଏପର୍ଯ୍ୟନ୍ତ ମିଳିନି କୌଣସି ସନ୍ଧାନ।
ଗତକାଲି ରାତିରେ ମାଆଙ୍କ ସହ ଅଟୋରେ ଯିବା ବେଳେ ହଠାତ ଗାଡ଼ିରୁ ଓହ୍ଲାଇ କାଠଯୋଡ଼ିକୁ ଡେଇଁ ପଡ଼ିଥିଲେ କଟକ ଖାନ ନଗର ଅଞ୍ଚଳର ମନୋରଞ୍ଜନ ବେହେରା । ରାତି ୧୨ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ କରିଥିଲା ସର୍ଚ୍ଚ ଅପରେସନ। ଅନ୍ଧାର ରାତି ଲାଗି ବିଳମ୍ବିତ ରାତିରେ ବନ୍ଦ କରାଯାଇଥିଲା ସର୍ଚ୍ଚ ଅପରେସନ। ଆଜି ପୁଣି ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ କରାଯିବ ।
ପୂର୍ବରୁ ମଙ୍ଗଳବାର ରାତିରେ ନେତଜାନୀ ସେତରୁ ଡେଇଁ ପଡ଼ିଥିବା ଓଡ଼ିଆ ବଜାର ଅଞ୍ଚଳର ତପନ ସାହୁଙ୍କ ପତ୍ନୀ ମମତା ସାହୁଙ୍କର ଏଯାଏ ପତ୍ତା ମିଳିପାରିନାହିଁ । ତ୍ରିଶୁଳିଆ ସୁବାଷ ସେତୁ ଉପରେ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆହୋଇଥିବାର ନଜର ଆସିଥିଲା । ପାଖରେ ଚପଲ ବି ପଡ଼ିଥିଲା । ଘଟଣାସ୍ଥଳରେ ମର୍କତ ନଗର ଥାନା ପୋଲିସ୍ ପହଞ୍ଚି ଛାନଭିନ୍ ଚଳାଇଥିଲା ।
ସେହପରି ଭୁବନେଶ୍ବରର ବ୍ୟବସାୟୀ ତୁଷାର ଭଟ୍ଟ ବୁଧବାର ନେତାଜୀ ସେତୁ ନିକଟରେ ନିଖୋଜ ହୋଇଯାଇଥିଲେ । ୭୨ ଘଣ୍ଟା ବିତିଯାଇଥିଲେ ବି ତାଙ୍କ ପତ୍ତା ମିଳୁନାହିଁ । ଅନଲାଇନ୍ ଟ୍ରେଡ୍ରେ ବଡ଼ ଧରଣର ଆର୍ଥିକ କ୍ଷତି ସହିବାରୁ ସେ ନିଖୋଜ ହୋଇଯାଇଥିବା କୁହାଯାଉଛି।