ହିଟର କରେଣ୍ଟ ଉଜାଡି ଦେଲା ସଂସାର, ପରିବାରର ୩ ଜଣଙ୍କ ଚାଲିଗଲା ଜୀବନ

ଜଗତସିଂହପୁର(କେନ୍ୟୁଜ୍):ଜଗତସିଂହପୁର ଜିଲ୍ଲା ର୍ତିତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମରେ ଅଘଟଣ। ବିଦ୍ୟୁତ ଉଜାଡି  ଦେଲା ସଂସାର। ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ବାପ,ମାଆ ଓ ଝିଅର  ମୃତ୍ୟୁ ହୋଇଛି । ଏହି ଅଘଟଣରେ ପଡୋଶୀ ମଧ୍ୟ ଗୁରୁତର ହୋଇଛନ୍ତି।ବଣିତୋ ଗ୍ରାମର ପିଣ୍ଟୁ ସ୍ବାଇଁ(୪୦), ତାଙ୍କ ସ୍ତ୍ରୀ କାମିନୀ ସ୍ବାଇଁ(୩୫ବର୍ଷ) ଓ ଝିଅ ପାପାଲି ସ୍ବାଇଁ (୧୩ବର୍ଷ) ମୃତ୍ୟୁ ବରଣ କରିଥିବା ବେଳେ ପଡୋଶୀ କୁମର ବର  ସ୍ବାଇଁ (୬୫)ଗୁରୁତର ଆହତ ଅବସ୍ଥାରେ ଜଗତସିଂହପୁର ମେଡିକାଲକୁ ପଠାଯାଇଛି।ମଣିଜଙ୍ଗା ମେଡିକାଲରେ ବାପ-ମାଆ ଓ ଝିଅର ମୃତଦେହକୁ ରଖାଯାଇଛି । ଗାଁରେ ବର୍ତ୍ତମାନ ଶୋକାକୂଳ ଅବସ୍ଥା ରହିଛି।

ମିଳିଥିବା ସୂଚନା ମୁତାବକ ରୋଷେଇ ଘରେ ହିଟରରୁ କରେଣ୍ଟ ଚାର୍ଜ ହୋଇଥିଲା । କାମିନୀ ସ୍ବାଇଁ ପ୍ରଥମେ ବିଦ୍ୟୁତ ସଂସ୍ପର୍ଷରେ ଆସିଯିବା ପରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣଙ୍କ ପରେ ଜଣେ ବିଦ୍ୟୁତ ସଂସ୍ପର୍ଷରେ ଆସିଯାଇଥିଲେ। ଯାହା ଫଳରେ ଏଭଳି ଦୁଃଖଦ ଘଟଣା ଘଟିଛି।ଗୁରୁତର  କୁମରବର ସ୍ବାଇଁଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ମୁଖ୍ଯ ଚିକିତ୍ସାଲୟରେ  ଭର୍ତ୍ତି କରାଯାଇଛି। ଏଭଳି ଦୁଖଦ ଘଟଣାକୁ  ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

You might also like