ବ୍ରଜରାଜନଗର ଉପନିର୍ବାଚନ: ଶେଷ ଦିନରେ ନାମାଙ୍କନ ଦାଖଲ କଲେ ୩ ଦଳର ପ୍ରାର୍ଥୀ

ଝାରସୁଗୁଡା(କେନ୍ୟୁଜ୍):  ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ। ବିଶାଳ ରାଲିରେ ଆସି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା। ଝାରସୁଗୁୁଡ଼ା ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ଗହଣରେ ବିଶାଳ ରାଲିରେ ଆସି ନାମାଙ୍କନ ଭରିଛନ୍ତି। ବେହେରାମାଲ ଛକ ଠାରୁ ରାଲି ବାହାରି ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନାମାଙ୍କନ ଦାଖଲ ସମୟରେ ଅଳକାଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ବି ନୋମିନେସନ ଦାଖଲ କରିଛନ୍ତି।

 

 

RADHARANI
ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା

 

ବ୍ରଜରାଜନଗର ଉପନିର୍ବାଚନରେ ବଡ଼ ବ୍ୟବଧାନ ବିଜୟ ଲକ୍ଷ୍ୟରେ ରହିଛି ବିଜେଡି। ସେଥିପାଇଁ ଦଳ ଆରମ୍ଭ କରି ଦେଇଛି ପ୍ରସ୍ତୁତି। ଏପଟେ କଂଗ୍ରେସ ମଧ୍ୟ ହେଭିୱେଟ୍‌ ନେତା କିଶୋର ପଟେଲଙ୍କୁ ମଇଦାନକୁ ଓହ୍ଲାଇଛି। କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ବିରୋଧରେ ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ । ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବା ବିଜେପି । ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ପଡିବ ।

Leave A Reply

Your email address will not be published.