ରାଜ୍ୟ

ଖୋର୍ଦ୍ଧା-ପାଣିଓରା ଗାଁରୁ ୩ ଅଜଗର ଉଦ୍ଧାର, ଚନ୍ଦକା ଅଭୟାରଣ୍ୟରେ ଛାଡିଲା ବନ ବିଭାଗ

ଜଟଣୀ: ଜଟଣୀ ବ୍ଲକ ଅଙ୍ଗାରପଡା ପଞ୍ଚାୟତ ପାଣିଓରା ଗ୍ରାମରୁ ୩ ଟି ବିରାଟକାୟ ଅଜଗର ସାପ ଉଦ୍ଧାର କରିଛି ବନବିଭାଗ। ଗାଁ ନିକଟରେ ଥିବା ଏକ ଅଚଳ କମ୍ପାନୀ ପରିସରରେ ସାପ ୩ ଟି ବସା ବାନ୍ଧି ରହୁଥିଲେ। କମ୍ପାନୀର ସୁରକ୍ଷା କର୍ମୀ ଜଣକ ସାପଙ୍କୁ ଦେଖି ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ। ପରେ ସ୍ନେକ ହେଲପ ଲାଇନର କର୍ମଚାରୀମାନେ ପହଞ୍ଚି ସେମାନେ ଏହାକୁ ଉଦ୍ଧାର କରିଥିଲେ। ସାପଗୁଡିକର ଲମ୍ବା ୧୦ଫୁଟ ହେବା ସହ ତିନି ରୁ ଚାରି ବର୍ଷ ବୟସ ଥିବା ନେଇ ବନ ବିଭାଗ କହିଛି। ସାପଗୁଡିକୁ ବନ ବିଭାଗ ଚନ୍ଦକା ଅଭୟାରଣ୍ୟରେ ଛଡାଯାଇଛି।

WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

20 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

39 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

47 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago