ରାଜ୍ୟ

ମୋହନା: ବୋଲ ମାନୁନାହାଁନ୍ତି ମାଫିଆ, କାଜୁ ବୋଝଇ ଟ୍ରକରୁ ପୁଣି ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ

ମୋହନା(କେନ୍ୟୁଜ୍): ଲାଗୁଛି ଯେମିତି ଗଞ୍ଜେଇ ଚାଷ ଏନ୍ତୁଡ଼ିଶାଳ ପାଲଟିଛି ଗଜପତି ଜ଼ିଲ୍ଲା l ଦିନକୁ ଦିନ ଜିଲ୍ଲାରେ ଗଞ୍ଜେଇ କାରବାର ବଢ଼ି ଚାଲିଛି।  କିଛି ଦିନ ତଳେ ଆର.ଉଦୟଗିରି ପୋଲିସ କାନକଟା ନାକାଗେଟ ଠାରୁ ୧୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।  ସେଥି ମଧ୍ୟରୁ ଜଣେ ଅଭିଯୁକ୍ତ ପୋଲିସ ହେପାଜତରୁ ଫେରାର ହୋଇଛି।  ଅନ୍ୟପଟେ ଜିଲ୍ଲା ପୋଲିସର ଘନଘନ ଗଞ୍ଜେଇ ଚଢ଼ାଉର ମୁଖ୍ୟ କାରଣ ସାଜିଥିବା ତଥା ଥାନାଧିକାରୀଙ୍କ ନାମ ନେଇ ଜଣେ ଯୁବକଙ୍କୁ ଗଞ୍ଜେଇ ମାମଲାରୁ ନାମ କାଟିବା ପାଇଁ ଟଙ୍କା ଦାବି କରୁଥିବା ଯୁବକ ଅଂଶୁକୁ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଧରିପାରୁନାହିଁ।  ଏସବୁ ମଧ୍ୟରେ ଜିଲ୍ଲାର ଅଡବା ପୋଲିସ ବାଚୀପଙ୍କା-ମାଣ୍ଡିମେରା ରାସ୍ତାରେ ପେଟ୍ରୋଲିଙ୍ଗ କଲାବେଳେ ଏକ କାଜୁ ବୋଝେଇ ଟ୍ରକରୁ ୩ କୁଇଣ୍ଟାଲ ୪୪ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l

ଜବତ ଗଞ୍ଜେଇ ର ବଜ଼ାର ମୂଲ୍ୟ ୨୦ଲକ୍ଷ ୬୮ ହଜାର ହେବ ବୋଲି ପୋଲିସ ସୂଚନା ଦେଇଛି l ଏହି ଗଞ୍ଜେଇ ରାଇପଙ୍କା ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା । ପୋଲିସ ଉତ୍ତରପ୍ରଦେଶ ଆଉରାଇଆ ଜିଲ୍ଲା  ବିଧୁନା ଥାନା ଜାଗୀରପୁରର ବିପିନ କୁମାର ଏବଂ ମୋନୁ କୁମାର ପାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତପନ କୁମାର ପତି ସୂଚନା ଦେଇଛନ୍ତି l ତେବେ ଜିଲ୍ଲା ପୋଲିସ ତୃଣମୂଳ ସ୍ତରରୁ କେବେ ଗଞ୍ଜେଇ ଚାଷର ମୁଳୋତ୍ପାଟନ କରୁଛି ଏବଂ ଜିଲ୍ଲାରେ ଗଞ୍ଜେଇ ଚାଷର ଭଗବାନ ସାଜିଥିବା ସ୍ଥାନୀୟ ଚୋରା ବେପାରୀଙ୍କୁ ଧରୁଛି ତାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି l

Sasmita

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

27 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

49 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

56 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago