୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗଞ୍ଜେଇ ମାଫିଆ ଗିରଫ

କୋରାପୁଟ(କେନ୍ୟୁଜ) : ପୁଣି ମାଛକୁଣ୍ଡ ପୋଲିସକୁ ମିଳିଛି ବଡ଼ ସଫଳତା। ଲମତାପୁଟ ବ୍ଲକ ଜଲାପୁଟରୁ ଛତିଶଗଡକୁ ଗଞେଇ ଚୋରା ଚାଲାଣ ବେଳେ ପୋଲିସ ଧରିବାରେ ସଫଳ ହୋଇଛି ୨ ଅଭିଯୁକ୍ତଙ୍କୁ। ଟୀଜାପୁଟ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିବା ବେଳେ ଗଞ୍ଜେଇ ବୋଝେଇ ପିକ୍ଅପ ଗାଡିଟିମକୁ ଜବତ କରିଛି ପୋଲିସ ।

koraput

ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଏହି ଗଞ୍ଜେଇ ବୋଝେଇ ଗାଡ଼ିଟିକୁ ଜବତ କରିଛି । ଏହି ନମ୍ବର ବିହୀନ ପିକ୍ଅପ ଭ୍ୟାନ୍ରୁ ୧୪ଟି ବସ୍ତାରୁ ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଭ୍ୟାନ୍ରେ ଥିବା ଦୁଇ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।

ଗିରଫ ବ୍ୟକ୍ତିମାନେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଦଇତାରୀ ଲୋକେଇ ଏବଂ ମାଛକୁଣ୍ଡ ଥାନା ଅନ୍ତର୍ଗତ କୁମ୍ଭାରପୁଟ ଗାଁର ଖଗପତି ଗୋଲରି ବୋଲି ଜଣାପଡିଛି । ପୋଲିସକୁ ଚକ୍ମା ଦେବା ପାଇଁ ହରଗଣ୍ଡାରୁ ସଗର ଛକ ଦେଇ ଦାମନଯୋଡି ହୋଇ ଛତିଶଗଡକୁ ଚାଲାଣ କରିବାକୁ ଯୋଜନା କରିଥିଲେ ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି ।