ବାଲେଶ୍ୱର ମୋତିଗଞ୍ଜ ଅଞ୍ଚଳରେ ଡ୍ରେନ ଖୋଳାଯାଉଥିବା ବେଳେ ଅଘଟଣ: ଭୁଷୁଡ଼ିଲା ଦୁଇ ମହଲା ଘରର କାନ୍ଥ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱର ସହରର ମୋତିଗଞ୍ଜ ଅଞ୍ଚଳରେ ଡ୍ରେନ ଖୋଳାଯାଉଥିବା ବେଳେ ଅଘଟଣ । ସହରର ପୌରପାଳିକା ଠାରୁ ଟାଉନ୍‌ ଥାନା ପର୍ଯ୍ୟନ୍ତ  ଡ୍ରେନ ନିର୍ମାଣ ପାଇଁ ଜେସିବି ଦ୍ୱାରା ଖୋଳା ଚାଲିଥିବା ବେଳେ ପୁରୂଣା ଘର ଭୁଷୁଡିଯାଇଛି । ଦୁଇ ମହଲା ବିଶିଷ୍ଟ ଏହି ଘରର ଆଗ ପାର୍ଶ୍ୟ ଭୁଷୁଡ଼ି ପଡ଼ିଛି ।

ଡ୍ରେନକୁ ଲାଗି ଗୋଟିଏ ମେଡିସିନ ଷ୍ଟୋର , ଗୋଟିଏ ରାସନ୍‌ ଦୋକାନ ଓ ଗୋଟିଏ ପ୍ରିଣ୍ଟିଂ ପ୍ରେସ  ଥିଲା । ତେବେ କାହାର କିଛି କ୍ଷତି ହୋଇ ନଥିବା ବେଳେ  ପୁରୁଣା ଗୃହ ଯୋଗୁଁ ଦୋକାନ ଆଗ ପାଶ୍ୱ ଭାଙ୍ଗିଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରିସ୍ଥିତିକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

 

Leave A Reply

Your email address will not be published.