ପୁଣି ଶୀର୍ଷରେ କିସ୍: ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କିସ୍‌ର ୩ଜଣ ଛାତ୍ରଛାତ୍ରୀ ପାଇଲେ ସଫଳତା

କେନ୍ୟୁଜ୍(ବ୍ୟୁରୋ):  ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କିସ୍‌ର ୩ ଛାତ୍ରଛାତ୍ରୀଙ୍କ ସଫଳତା। ଚଳିତବର୍ଷ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କିସ୍‌ର ୩ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତିବର୍ଷ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥାଏ।

୨୦୨୧ରେ ଅନୁଷ୍ଠିତ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଭୁବନେଶ୍ୱର ଶିକ୍ଷା ଜିଲ୍ଲାର BMC ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କିସ୍‌ ପଞ୍ଚମଶ୍ରେଣୀର ୩ ଜଣ ବିଦ୍ୟାର୍ଥୀ ସୁଚିତା ସୋରେନ୍‌, ଶାଙ୍ଖି ବେଶ୍ରା ଓ ସାନୁ ମାଝି ବୃତ୍ତି ପାଇବା ନିମନ୍ତେ ମନୋନୀତ ହୋଇଛନ୍ତି। ଏହି ସଫଳତା ପାଇଁ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କୁ ଅଭିନନ୍ଦନ ଜଣାଇ ଆଗକୁ ଆହୁରି ପରିଶ୍ରମ କରିବା ପାଇଁ ଉପଦେଶ ଦେଇଛନ୍ତି। ଏହି ସଫଳତା ନିମନ୍ତେ ଡ. ସାମନ୍ତ କୃତି ଛାତ୍ରଛାତ୍ରୀଙ୍କ ପିତାମାତା ଓ କିସ୍‌ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.