ଗୋଟିଏ ରାତିରେ ୩ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟିନେଲେ ୪ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

ଜଳେଶ୍ବର(କେନ୍ଯୁଜ୍): ଗୋଟିଏ ରାତିରେ ୩ ମନ୍ଦିରରୁ ଲୁଟ୍‌। ୪ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାଳିଆପାଟି ଗାଁର ୩ଟି ମନ୍ଦିରରୁ ଟଙ୍କା ଓ ସୁନା ଲୁଟି ନେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥ , ଲକ୍ଷ୍ମୀ ଏବଂ ଶିବ ମନ୍ଦିରର ତାଲା ଭାଙ୍ଗି ସମସ୍ତ ସୁନା ଅଳଙ୍କାର ଓ ଦାନହୁଣ୍ତି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି । ଆଜି ସକାଳୁ ଠାକୁରଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତ ତାଲା ଭାଙ୍ଗି ପଡିଥିବାର ଦେଖି ପୋଲିସଙ୍କୁ ଖବର ଦେଇଥିଲେ । ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.