ବାଲେଶ୍ୱର : ବାଲେଶ୍ୱରରେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ୩ ମହିଳା ଗିରଫ । ୩ ଜଣଙ୍କୁ ଗିରଫ କରିଛି ସିଂଲା ଥାନା ପୋଲିସ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଗାଁର ଘଟଣା । ଛୁଆଙ୍କୁ ନିୟମିତ ଅଣ୍ଡା ମିଳୁନଥିବା ପ୍ରତିବାଦରେ ଅଙ୍ଗନବାଡ଼ି କେନ୍ଦ୍ରରେ କଙ୍ଗାରୁ କୋର୍ଟ ଚାଲିଥିଲା ।
ଗତ ୧୯ରେ ମହାପଦା ଅଙ୍ଗନବାଡ଼ି କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ ଗାଁ ଲୋକେ । ପ୍ରାୟ୧୫ ଜଣ ମହିଳା ଆକ୍ରମଣ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉର୍ମିଳା । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉର୍ମିଳାଙ୍କ ସହ କଥା ହୋଇ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ବାଲେଶ୍ୱର ଏସ୍ ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଘଟଣାର ତଦନ୍ତ କରି ୩ ଜଣ ମହିଳାଙ୍କୁ ସିଂଲା ଥାନା ପୋଲିସ ଗିରଫ କରିଛି । ଘଟଣାର ସଂପୂର୍ଣ୍ଣ ତଦନ୍ତ ହେବ ଏବଂ ଘଟଣା ପଛରେ ପୂର୍ବରୁ କଣ ସମ୍ପର୍କ ରହିଛି ତାହାର ତଦନ୍ତ ହେବ ବୋଲି କହିଛନ୍ତି ବାଲେଶ୍ବର ଏସପି ।