ଛେଳିକୁ ବିଦ୍ୟୁତ ଆଘତରୁ ବଞ୍ଚାଇବାକୁ ଯାଇ ଚାଲିଗଲା ୩ ମହିଳାଙ୍କ ଜୀବନ

ବାଂଶପାଳ(କେନ୍ୟୁଜ୍):ତେଲକୋଇ ଜଙ୍ଗଲ ମଧ୍ୟରେ ନିଆ ଯାଇଥିବା ବେଆଇନ ଚୋରା ବିଦ୍ୟୁତ୍ ତାର ତିନି ଜଣ ମହିଳାଙ୍କ ଜୀବନ ନେଇଛି । ଏଭଳି ହୃଦୟ ବିଦାରକ ଘଟଣା ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମରେ ଘଟିଛି । ମୃତ ମହିଳା ହେଲେ ସେହି ଗ୍ରାମ ଜୁଆଙ୍ଗ ସାହିର ମଗିଶିରିଆ ଜୁଆଙ୍ଗଙ୍କ ପତ୍ନୀ ନିରାଧି ଜୁଆଙ୍ଗ (୪୫), ସିଙ୍ଗା ଜୁଆଙ୍ଗଙ୍କ ପତ୍ନୀ କାଠି ଜୁଆଙ୍ଗ (୬୨) ଓ କୁନା ଜୁଆଙ୍ଗ ଙ୍କ ପତ୍ନୀ ମଞ୍ଜରୀ ଜୁଆଙ୍ଗ(୩୫)। ତେବେ ସୂଚନା ଅନୁଯାୟୀ, ଟାଙ୍ଗିରୀ ଗ୍ରାମର ନାଳି ଗ୍ରାମ୍ୟ ଜଙ୍ଗଲ ରେ ସେହି ଗ୍ରାମର କୁମୁଦ ନାୟକ ଓ କୁବେର ନାୟକ ବାଇଗଣ,ଲଙ୍କା ଆଦି ପରିବା ଚାଷ କରିଛନ୍ତି ।

ଉକ୍ତ ବଗିଚାକୁ ଗାଁ ବେଆଇନ ଭାବେ ଚୋରାରେ ତାର ଟାଣି ବିଦ୍ୟୁତ୍ ସଂଯୋଗ ନେଇଥିଲେ । ପୂର୍ବାହ୍ନରେ ଉକ୍ତ ତିନି ମହିଳା ସବୁଦିନ ପରି ଆଜି ମଧ୍ୟ ନିକଟସ୍ଥ ନାଳୀ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିଲେ । ହେଲେ ବିଦ୍ୟୁତ୍ ତାର ଅଧାରେ ଛିଣ୍ଡି ଯାଇଥିବାରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତିନି ଜଣ ମହିଳା ମୃତ୍ୟୁ ଘଟିଛି । ଏହା ସହିତ ଗୋଟିଏ ଛେଳି ମଧ୍ୟ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ତେବେ ପ୍ରକାଶ ଥାଉକି ଜଙ୍ଗଲ ମଧ୍ୟରେ ବେଆଇନ ବିଦ୍ୟୁତ୍ ତାର ଟଣା ଯାଇଥିଲେ ସୁଦ୍ଧା ଏଥି ପ୍ରତି ବିଦ୍ୟୁତ୍ ବିଭାଗ ଓ ବନ ବିଭାଗର ନିଘା ନଥିବା ଅଭିଯୋଗ ହୋଇଛି । ଉଭୟ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ତିନି ତିନିଟି ଜୀବନ ଅକାରଣରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି ।

 

Leave A Reply

Your email address will not be published.