ରାଜଧାନୀର ଛାତି ଉପରେ ଚାଲିଥିଲା କଙ୍ଗାରୁ କୋର୍ଟ, ସାଲିଆ ସାହିରୁ ଧରା ହେଲା ୩ ମହିଳା ମୁଖିଆ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ କଙ୍ଗାରୁ କୋର୍ଟ । ଦୁଇ ଜଣ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ସହ ଉଠବସ୍‌ କରୁଥିବା ଅଭିଯୋଗ ହୋଇଛି । ବିନା ଦୋଷରେ ଦଣ୍ଡ ଦେବା ସହ ୫ହଜାର ଟଙ୍କା ଜରିମାନା କରିଥିଲେ । ଏହି ଅଭିଯୋଗରେ ସାଲିଆ ସାହିରୁ ୩ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ୩ ମହିଳା ସାଲିଆ ସାହି ଅଞ୍ଚଳରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିଲେ ।

 ପିଲାଙ୍କ ମଧ୍ୟରେ ଝଗଡ଼ାକୁ ନେଇ ପରିବାର ଲୋକଙ୍କଠାରୁ ଜୋର ଜବରଦସ୍ତ ଜରିମାନା ଆଦାୟ କରୁଥିଲେ। ଟଙ୍କା ନଦେଲେ ଉକ୍ତ ପରିବାରକୁ ଏକଘରକିଆ କରିବା ସହ ପାଣି ଓ ବିଜୁଳି କାଟିଦେବା ପାଇଁ ଧମକ ଦେଉଥିଲେ। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.