ଆମ୍ବ ଟାକୁଆ ଜାଉ ଘଟଣା, ଏମକେସିଜିରେ ଚିକିତ୍ସାଧୀନ ଥିବା ୩ ମହିଳା ସୁସ୍ଥ ହୋଇ ଘରକୁ ଫେରିଲେ
ବ୍ରହ୍ମପୁର : ଏମକେସିଜିରେ ଚିକିତ୍ସାଧୀନ ଥିବା ୩ ମହିଳା ସୁସ୍ଥ ଘରକୁ ଫେରିଛନ୍ତି । ଆମ୍ବ ଟାକୁଆ ଜାଉ ଖାଇ ଗତ ୧ ତାରିଖରେ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁର ୭ଜଣ ମହିଳା ଗୁରୁତର ହୋଇ ପଡ଼ିଥିଲେ । ପରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ୬ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ।
ପରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଲା । ଏବେ MKCGରେ ଚିକିତ୍ସାଧୀନ ଥିବା ତିନିଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାରୁ ସେମାନଙ୍କୁ ଡ଼ିସଚାର୍ଜ କରାଯାଇଛି । ଆମ୍ବ ଟାକୁଆ ଜାଉ ଖାଇବା ଘଟଣାରେ ଗତ ୩୧ ତାରିଖରେ ଜଣଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଚାଉଳ ମିଳିନଥିବାରୁ ଆମେ ଆମ୍ବ କୋଇଲି ଖାଇଲୁ ବୋଲି ସୁସ୍ଥ ହୋଇଥିବା ଜଣେ ମହିଳା କହିଛନ୍ତି । ଗାଁରେ ଗତ ୩୦ ତାରିଖରେ ଆମ୍ବ କୋଇଲି ଜାଉ ଖାଇ ୬ଟି ପରିବାରର ୮ଜଣ ଅସୁସ୍ଥ ହୋଇ ପଡ଼ିଥିଲେ ।