କାମ କରିବା ବେଳେ ଧସିଲା ମାଟି ଅତଡ଼ା, ୩ ଶ୍ରମିକଙ୍କ ମୃତ୍ୟୁ
ଯାଜପୁରରେ ଅଘଟଣ । କାମ ବେଳେ ଧସିଲା ମାଟି ଅତଡ଼ା । ଫଳରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଲକୁଣ୍ଡ ଥାନା କପିଳା ପଞ୍ଚାୟତ ରାହାସ ଗୁହାଳି ଗାଁରେ ଘଟିଛି ଏହି ଅଘଟଣ । ମୃତ ଶ୍ରମିକ ମାନେ ରାଜ୍ୟ ବାହାରର ବୋଲି ଜଣାପଡିଛି। ବାକି ଆଉ କିଛି ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ଠିକା କମ୍ପାନୀର ଅବହେଳାକୁ ନେଇ ଏପରି ଦୁର୍ଘଟଣା ହୋଇଛି ବୋଲି ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି ।

ଯାଜପୁର (କେନ୍ୟୁଜ): ଯାଜପୁରରେ ଅଘଟଣ । କାମ ବେଳେ ଧସିଲା ମାଟି ଅତଡ଼ା । ଫଳରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଲକୁଣ୍ଡ ଥାନା କପିଳା ପଞ୍ଚାୟତ ରାହାସ ଗୁହାଳି ଗାଁରେ ଘଟିଛି ଏହି ଅଘଟଣ ।
ସୂଚନା ଅନୁସାରେ ବିଞ୍ଝାରପୁରର ଅଳକୁଣ୍ଡ ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ଲାଗି ପାଇପ୍ ବିଛା ଯାଉଥିଲେ । ଏହି ସମୟରେ ହଠାତ୍ ମାଟି ଧସେଇ ପଡିଥିଲା । ଯାହା ଫଳରେ ପାଇପ ବିଛାଉଥିବା ଶ୍ରମିକଙ୍କ ଉପରେ ପଡିଯାଇଥିଲା । ସମସ୍ତଙ୍କୁ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରମିକ ମାନେ ରାଜ୍ୟ ବାହାରର ବୋଲି ଜଣାପଡିଛି। ବାକି ଆଉ କିଛି ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ଠିକା କମ୍ପାନୀର ଅବହେଳାକୁ ନେଇ ଏପରି ଦୁର୍ଘଟଣା ହୋଇଛି ବୋଲି ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି ।