ଢେଙ୍କାନାଳରେ ଗୁଳି ମାଡ ପରେ ପାଲଟା ଆକ୍ରମଣ: ଗୋଡାଇ ଗୋଡାଇ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ

ଢେଙ୍କାନାଳ(କେନ୍ୟୁଜ୍): ପୋଖରୀ ଖୋଳାରୁ ତୁମୁଳ କାଣ୍ଡ। ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକଙ୍କ ପ୍ରତି ଆକ୍ରମଣ। ଗୋଡାଇ ଗୋଡାଇ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ରେ ଦଳେଇ ନାୟକଙ୍କ ମୃତ୍ୟୁ ହୋଇଥିଲା। ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଦଳେଇ ନାୟକ ଘର ବାରଣ୍ଡାରେ ବସିଥିବା ସମୟରେ କିଛି ଦୁର୍ବୃତ୍ତ ପହଞ୍ଚି ଅତର୍କିତ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତାଙ୍କ ଛାତି ଓ ବାମ ପଟ ହାତରେ ଗୁଳି ବାଜିଥିଲା। ପରିବାର ଲୋକେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.