ଆଳି : ଦୁର୍ବୁତ୍ତଙ୍କ ଛୁରାମାଡ଼ରେ ୩ ଯୁବକ ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାହୁପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ଛୁରାମାଡ଼ରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ SCBକୁ ସ୍ଥାନାନ୍ତରିତ କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ସାହୁପଡା ଗାଁର ୩ଜଣ ଯୁବକ କୁମାର ପୂର୍ଣ୍ଣିମା ପୂଜାପାଇଁ ସାଜସଜ୍ଜା କରି ଘରକୁ ଫେରୁଥିବା ବେଳେ ଗାଁ ମଝିରେ ଅନ୍ୟ ଗାଁର ୪ଜଣ ଯୁବକ ଅନ୍ଧାରରେ ଛିଡ଼ା ହୋଇଥିଲେ। ଏତେ ରାତିରେ କାହିଁକି ଏଇଠି ଛିଡା ହୋଇଛ ବୋଲି ପଚାରିବାରୁ ହଠାତ୍ ହୋଇଥିଲା ମରଣାନ୍ତକ ଆକ୍ରମଣ । ସାହୁପଡା ଗାଁର ୩ଜଣ ଯୁବକଙ୍କୁ ଅନ୍ୟ ଗାଁର ୪ଜଣ ଯୁବକ ଛୁରାମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ୩ଜଣ ଯୁବକ ଗୁରୁତର ହୋଇପଡିଥିଲେ। ଚିକିତ୍ସାପାଇଁ ସେମାନଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।