ପୋଲ ଉପରେ ସୁଅ ଛୁଟିଛି ୪ ଫୁଟର ପାଣି, ଅଧାବାଟରେ ଫସିଲେ ୩ ଯୁବକ

ଉଦଳା: ଲଗାଣ ବର୍ଷାରେ ସବୁଆଡ ଜଳମଗ୍ନ । କେଉଁଠି ମନ୍ଦିର ଭିତରେ ପାଣି ପଶିଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ପାଣି ଚାଲିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଦୃଶ୍ୟ । ପୋଲ ଉପରେ ସୁଅ ଛୁଟିଛି ୪ ଫୁଟର ପାଣି । ଅତି ବିପଦସଙ୍କୁଳ ଅବସ୍ଥାରେ ଲୋକେ ପୋଲ ଉପରେ ପାର୍ ହେଉଛନ୍ତି । ହେଲେ ହଠାତ୍ ଘଟିଲା ଅଘଟଣ । ୩ ଜଣ ଯୁବକ ବାଇକ୍ ଧରି ଉଛୁଳା ନଦୀ ପାଣି ସୁଅ ଭିତରେ ପଶି ପୋଲ ପାର୍ ହେଉଥିଲେ । ଆଉ ସେତିକି ବେଳେ ହଠାତ୍ ପୋଲ ମଝିରେ ଫସିଗଲେ ୩ ଯୁବକ । କିନ୍ତୁ ଅଳ୍ପକେ ବର୍ତିଗଲା ସେମାନଙ୍କର ଜୀବନ ।

ତେବେ ସୂଚନା ମିଳିଛି କି, ପୋଲ ଉପରେ ଚାଲୁଥିବା ପାଣିର ସୁଅରେ ଭାସିଯିବା ପୂର୍ବରୁ ବଂଚାଇ ଆଣିଲେ କିଛି ସ୍ଥାନୀୟ ଯୁବକ । ଏଭଳି ଘଟଣା ଘଟିଛି ଉଦଳା ବ୍ଲକ କଇଁସାରୀ ଠାରେ ଥିବା ଜାମୁଘାଟ ପୋଲରେ । ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିବା କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଦେଓ ନଦୀ ଫୁଲିଥିବା ବେଳେ ଜାମୁଘାଟ ପୋଲ ଉପରେ ଦେଓ ନଦୀର ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି । ଯାହାକି ଜାମୁଘାଟ ପୋଲ ବୁଡିବା ସହିତ ଉଦଳା-ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

ହେଲେ ଲୋକେ ଉକ୍ତ ପୋଲ ଉପରେ ୪ ଫୁଟ ପାଣିରେ ପଶି ନଦୀ ପାର୍ ହେଉଛନ୍ତି । ଏହି ୩ ଜଣ ଯୁବକ ଏକ ବାଇକରେ ଆସି ପାଣିରେ ପଶି ପୋଲ ପାର ହେବାକୁ ଚେଷ୍ଟା କରୁଥିବା ସମୟରେ ମଝିରେ ଫସିଯାଇଥିଲେ । ୩ ଯୁବକ ନଦୀ ସୁଅରେ ଟଳମଳ ହେବା ସହିତ ଧୀରେ ଧୀରେ ସୁଅ ମୁହଁକୁ ଚାଲିଯାଇଥିଲେ । ସେଠାରେ ୩ ଜଣ ପରସ୍ପରକୁ ଧରି ରଖି କିଛି ସମୟ ଛିଡା ହେବା ଭିତରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଦେଖି ତୁରନ୍ତ ସ୍ଥାନୀୟ ଯୁବକମାନେ ଯାଇ ତିନି ଜଣ ଯୁବକଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ।

ତେବେ ଖାଲି ଏଇ ତିନି ଯୁବକ ନୁହେଁ ଏଭଳି ବିପଦ ସଙ୍କୁଳ ଅବସ୍ଥା ଦେଇ ଅନେକ ଲୋକ ଯାତାୟତ କରୁଛନ୍ତି ଏଇ ସୁଅ ଭିତରେ ପଶି । ତେବେ ଏଦିଗରେ ବାରମ୍ବାର ସରକାରଙ୍କ ପକ୍ଷରୁ ସଚେତନ କରାଯାଉଛି ଏବଂ ଖବର ବି ପ୍ରସାରଣ ହେଉଛି କି ଏଭଳି ଭରା ପାଣି ଭିତରେ ପଶି କୌଣସି ନଦୀ କିମ୍ବା ପୋଲ ପାରି ହୁଅନ୍ତୁ ନାହିଁ । ତଥାପି ଅମାନିଆ ଲୋକ । ନିଜେ ହିଁ ନିଜର ବପଦକୁ ଆମନ୍ତ୍ରଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like