କୋରାପୁଟ ଡୁମ୍ବାଗୁଡ଼ା ଗାଁରେ ବିବାହ ଭୋଜିର ବାସି ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ

କୋରାପୁଟ(କେନ୍ୟୁଜ୍) : ଭୋଜିରେ ବାସି ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ । କୋରାପୁଟ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ଗାଁରେ ଏକ ବିବାହ ଭୋଜିର ବଳକା ଖାଦ୍ୟକୁ ପରଦିନ ଗ୍ରାମବାସୀମାନେ ଖାଇଥିଲେ । ଖାଇବା ପରେ ହଠାତ ସେମାନେ ଅସୁସ୍ଥ ହୋଇପଡିଥିଲେ । ମୁଣ୍ଡବୁଲାଇବା ସହ ଅନେକଙ୍କର ବାନ୍ତି ହୋଇଥିଲା । ତୁରନ୍ତ ସେମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୧୫ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କର ଚିକିତ୍ସା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.