ଦହିବରା ଖାଇ ୩୦ ଅସୁସ୍ଥ, ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତ

ଯାଜପୁର : ଦହିବରା ଖାଇ ୩୦ ଅସୁସ୍ଥ । ବୁଲାବିକାଳୀ ଠାରୁ ଦହିବରା ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ଲୋକେ । ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଦହିବରା ଖାଇ ଅସୁସ୍ଥ ହୋଇଛନ୍ତି । ଚନ୍ଦନପୁର, ସାହୁପଡା, ଅଲ୍ଲିପୁର, ହଳଦୀବସନ୍ତ ଆଦି ଗାଁର ଲୋକେ ଦହିବରା ଖାଇଥିଲେ । ଦହିବରା ଖାଇବାର କିଛି ସମୟ ପରେ ସେମାନଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ବଢିବା ପରେ ସେମାନଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତ କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ପୁରୁଷ, ମହିଳା ଓ ଛୋଟ ପିଲା ଅଛନ୍ତି ।