ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ, ଖୋଲିଲା ହୀରାକୁଦ ଡ୍ୟାମର ୩୪ଟି ଗେଟ୍

ସମ୍ବଲପୁର(କେନ୍ୟୁଜ) : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ୩୪ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୧୮.୦୮ ଫୁଟ୍ । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ ଲକ୍ଷ ୬୬ହଜାର ୧୫୫ କ୍ୟୁସେକ୍ ବନ୍ୟା ପାଣି ।

ସମାନ ପରିମାଣର ପାଣି ବି ନିଷ୍କାସିତ ହେଉଛି । ଆଗକୁ ବର୍ଷା ଥିବାରୁ ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ବୈତରଣୀ ଓ ଜଳକା ଦୁଇଟି ସ୍ଥାନରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଭଦ୍ରକର ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଏହା ୧୭.୮୮ ମିଟରରେ ପ୍ରବାହିତ ହେଉଛି ।

ସେହିପରି ମଥାନୀ ଠାରେ ଜଳକା ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ବର୍ତ୍ତମାନ ଏହା ୬.୦୨ ମିଟରରେ ପ୍ରବାହିତ ହେଉଛି । ଖଇରମାଳ ଠାରେ ମହାନଦୀର ବିପଦ ସଙ୍କେତ ୧୦୯ ମିଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୪.୮୬ ମିଟରେ ପ୍ରବାହିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.