ସମ୍ବଲପୁର ସର୍କଲ ଜେଲରୁ ବାହାରିଲେ ୩୦ ଆଇନଜୀବୀ: ଗତକାଲି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ

ସମ୍ବଲପୁର ଏସଡିଜେଏମ କୋର୍ଟରେ ଜାମିନ ସଂପର୍କିତ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ଜେଲରୁ ମୁକୁଳିଛନ୍ତି। ଗତକାଲି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ସର୍କଲ ଜେଲରୁ ବାହାରିଲେ ୩୦ ଆଇନଜୀବୀ। ସମ୍ବଲପୁର ଏସଡିଜେଏମ କୋର୍ଟରେ ଜାମିନ ସଂପର୍କିତ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ଜେଲରୁ ମୁକୁଳିଛନ୍ତି। ଗତକାଲି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଡିସେମ୍ବର ୧୨ତାରିଖରେ ଜିଲ୍ଲା ଜଜ୍‌କୋର୍ଟରେ ଭଙ୍ଗାରୁଜା ଘଟଣାରେ ଗିରଫ ପରେ ସେମାନେ ଜେଲ୍‌ରେ ଥିଲେ । ହାଇକୋର୍ଟ ସର୍ତ୍ତ ରଖିଥିଲେ ଯେ, ଜେଲରୁ ବାହାରିବା ପରେ ସଂପୃକ୍ତ ଆବେଦନକାରୀମାନେ ସେହି ସମାନ ପ୍ରସଙ୍ଗ ନେଇ କୌଣସି ସାଧାରଣ ସଭା କରିପାରିବେ ନାହିଁ ।

ପ୍ରିଣ୍ଟ, ଇଲେକ୍ଟ୍ରୋନିକ ମିଡିଆ ଓ ସୋସିଆଲ ମିଡିଆରେ ମାମଲା ସଂପର୍କିତ କୌଣସି ମତାମତ, ମନ୍ତବ୍ୟ ରଖିପାରିବେ ନାହିଁ । ଆଗକୁ ଏଭଳି ଧରଣର ପିକେଟିଂ/ଷ୍ଟ୍ରାଇକ କରିବେ ନାହିଁ ବୋଲି ଜାମିନରେ ଜେଲ୍‌ରୁ ମୁକୁଳିବା ପରେ ସଂପୃକ୍ତ ଆଇନଜବୀବୀମାନେ ଏପ୍ରିଲ ୧ତାରିଖ କିମ୍ବା ପୂର୍ବରୁ ଏକ ଅଣ୍ଡରଟେକିଂ ସୁପ୍ରିମକୋର୍ଟରେ ଦାଖଲ କରିବେ । ଏସବୁ ସର୍ତ୍ତ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଜାମିନ ଖାରଜ ହେବ ବୋଲି ହାଇକୋର୍ଟ ସର୍ତ୍ତ ରଖିଥିଲେ । ୫୮ଦିନ ପରେ ଜେଲରେ ଥିବା ୩୦ଜଣ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। .