ଆଣ୍ଟି ନକ୍ସଲ ଅପରେସନରେ ବଡ଼ ସଫଳତା, ୨ଟି ପୃଥକ ପୃଥକ ଅପରେସନରେ ଟଳିଲେ ୩୦ ମାଓବାଦୀ

ମାଲକାନଗିରି : ଆଣ୍ଟି ନକ୍ସଲ ଅପରେସନରେ ବଡ଼ ସଫଳତା । ଛତିଶଗଡ଼ରେ ୨ଟି ପୃଥକ ପୃଥକ ଅପରେସନରେ ଟଳିଛନ୍ତି ୩୦ ମାଓବାଦୀ । ବିଜାପୁର- ଦାନ୍ତେୱାଡା ସୀମାନ୍ତ ଜଙ୍ଗଲରେ ୨୬ମାଓବାଦୀ ପ୍ରାଣ ହରାଇଥିବା ବେଳେ କାଙ୍କେର- ନାରାୟଣପୁର ସୀମାନ୍ତ ଅଞ୍ଚଳରେ ୪ ନକ୍ସଲ ନିପାତ ହୋଇଛନ୍ତି । ସେଠାରୁ ଏକେ ୪୭ ରାଇଫଲସ, ଅଟୋମେଟିକ, ସେମିଅଟୋମେଟିକ ୱିପନ ସମେତ ବହୁ ମାଓସାମଗ୍ରୀ ଜବତ ହୋଇଛି ।
ନକ୍ସଲଙ୍କ ଗୁଳିରେ ଜଣେ ଡିଆରଜି ଯବାନ ମଧ୍ୟ ସହିଦ ହୋଇଛନ୍ତି । ସହିଦ DRG ଜବାନ ଙ୍କୁ ଗାର୍ଡ ଅଫ ଅନର ଦେବା ପରେ ପରିବାର ଲୋକଙ୍କୁ ମର ଶରୀର ହସ୍ତାନ୍ତର କରାଯାଇଛି । ପୂର୍ବରୁ ମାଓ ସଙ୍ଗଠନରେ କ୍ୟାଡ଼ର ମାଓବାଦୀଭାବେ କାର୍ଯ୍ୟ କରୁଥିବା ବେଳେ 2020ରେ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ DRG ଜବାନ ରେ ଯୋଗ ଦେଇ ମାଓ ବିରୋଧୀ ଅପରେସନ ରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଅବିଭକ୍ତ ବସ୍ତରରୁ ମାଓବାଦୀ ଲୋପ ପାଇଁ ରଣନୀତି ପ୍ରସ୍ତୁତ ହେଉଥିବା କହିଛନ୍ତି ବସ୍ତର IG ସୁନ୍ଦରରାଜ ପି । ସେପଟେ ମାଓ ସଫଳତା ପରେ ସୁରକ୍ଷା ବାହିନୀକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।