ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା କଡ଼ାକଡ଼ି, ଜଗିବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର:  ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା କଡ଼ାକଡ଼ି  । ଜଗିବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ ମଧ୍ୟ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି  ।

ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ପୂରା ଅଞ୍ଚଳ ସିସିଟିଭି ନଜରରେ ରହିବ । ପ୍ରବେଶ ଓ ପ୍ରସ୍ଥାନ ପଥରେ ଜଗିବେ ସଶସ୍ତ୍ର ବାହିନୀ । ଡଗ ସ୍କ୍ବାଡ଼ ଓ ବମ ସ୍କ୍ବାଡ଼,ଷ୍ଟ୍ରାଇକିଂ ଫୋର୍ସ,ଏସଓଜି ଯବାନଙ୍କୁ ନିୟୋଜିତ କରାଯିବ  ।

୯ଟି କୁଇକ ରିଆକ୍ସନ ଟିମ ଓ ୨ଟି ମୋବାଇଲ କୁଇକ ଆକ୍ସନ ଟିମ ରହିବେ । କେବଳ ପାସଧାରୀଙ୍କୁ ବିଧାନସଭାକୁ ଯିବାକୁ ମିଳିବ ଅନୁମତି । ଜଣେ ଡିସିପି, ୬ଜଣ ଅତିରିକ୍ତ ଡିସିପି ,ଏସିପି ରାଙ୍କର ୧୯ଜଣ, ୨୪ ଇନ୍ସପେକ୍ଟର, ଏସଆଇ ରାଙ୍କର ୮୫ ଜଣ ନିୟୋଜିତ ହେବେ । ବିଧାନସଭା ଭିତର ଓ ବାହାର ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।