ଆନନ୍ଦପୁର ଉପଖଣ୍ଡ ଘସିପୁରା ଚେକ୍ ଗେଟ୍ ନିକଟରୁ ବାଇକ୍ ଡିକି ଭାଙ୍ଗି ୩୦ ହଜାର ଟଙ୍କା ଲୁଟ୍

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡ ଘସିପୁରା ଚେକ୍ ଗେଟ୍ ନିକଟରୁ ବାଇକ୍ ଡିକି ଭାଙ୍ଗି ୩୦ ହଜାର ଟଙ୍କା ଲୁଟ୍ ହୋଇଛି । ଲୁଟ୍ ର ଶିକାର ବ୍ଯକ୍ତି ରାମଚନ୍ଦ୍ରପୁର ଥାନା ଗୋଡିଉପର ଗାଁର ଶରତ ଚନ୍ଦ୍ର ସାହୁ । ଶରତ ଷ୍ଟେଟ୍ ବ୍ଯାଙ୍କ ଅଫ ଇଣ୍ଡିଆ ଆନନ୍ଦପୁର ଶାଖାରୁ ୩୦ ହଜାର ଟଙ୍କା ଉଠାଇ ଘସିପୁରା ଚେକ୍ ଗେଟ୍ ନିକଟରେ ଗୋଖାଦ୍ୟ କିଣୁଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍ ଡିକିରୁ ଟଙ୍କା  ନେଇଯାଇ ଚମ୍ପଟ ମାରିଥିଲେ । ଏନେଇ ଶରତ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.