ବାଂଲାଦେଶ ଦଙ୍ଗାର ପ୍ରଭାବ: ପଶ୍ଚିମବଙ୍ଗରୁ ଘରକୁ ଫେରିଲେ ୩ଶହ ଓଡ଼ିଆ

ଜଳେଶ୍ୱର : ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା ଖଡ଼ିକା ଗାଁରେ ଅଟକ ୩ଶହରୁ ଅଧିକ ଓଡ଼ିଆ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଛନ୍ତି । ଏମାନେ ଖଡ଼ିକା ଗାଁକୁ ଜଣେ କବିରାଜ ପାଖକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ରୋଗୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଥିଲା ।  ଓଡିଶାରୁ ଯାଇଥିବା ବୋଲି କହିବା ପରେ ସେଠାକାର ଲୋକ ବସ ଓ ବୋଲେରୋର କାଚ ଭାଙ୍ଗିବା ସହ ସେମାନଙ୍କୁ ଅଟକ ରଖିଥିଲେ ।

ଖବର ପାଇ କେଶପୁର ଥାନା ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ ।  ସେଠାରେ ମଧ୍ଯ ସ୍ଥାନୀୟ ଲୋକେ ପହଞ୍ଚି ହୋହାଲ୍ଲା କରିବାରୁ ସୁରକ୍ଷା ଦୃଷ୍ଟିରୁ ସେନା ସହାୟତାରେ ବାତ୍ଯା ଆଶ୍ରୟସ୍ଥଳୀରେ ରଖାଯାଇ ଥିଲା । ଫସିଥିବା ଓଡିଆବାସୀ ସୋସିଆଲ ମିଡିଆରେ ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ କରିବା ପରେ ଓଡ଼ିଶା ସରକାର ପଶ୍ଚିମବଗଂ ସରକାରଙ୍କ ସହ କଥାବାର୍ତ୍ତା ହୋଇଥିଲେ। ପରେ ବିଳମ୍ବିତ ରାତି ରେ ପଶ୍ଚିମବଗଂ ପୋଲିସ ସମସ୍ତଙ୍କୁ ଆଣି ଓଡ଼ିଶା ସୀମାନ୍ତବର୍ତୀ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଛାଡିଥିଲା । ପରେ ପ୍ରଶାସନର ଉପସ୍ଥିତିରେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ନେଇ ଗନ୍ତବ୍ଯ ସ୍ଥଳକୁ ଛଡା ଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like