ଓଡ଼ିଶାରେ ପହଞ୍ଚିଲା ଆଳୁ ଟ୍ରକ, ଖସୁନି ଦର
କଟକ : ପହଞ୍ଚିଲା ଆଳୁ ଟ୍ରକ, ଖସୁନି ଦର। ଓଡ଼ିଶା ଆସିଲା ଉତ୍ତରପ୍ରଦେଶ ଆଳୁ । ୟୁପିରୁ ୩୦୦ ଟ୍ରକ ଆଳୁ ଆଣୁଛନ୍ତି ସରକାର । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ପହଞ୍ଚିଥି ଆଳୁ ଟ୍ରକ୍ । ଏବେ କେଜି ପିଛା ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ ।
ଆଗକୁ ଆହୁରି ଦର ବଢିବା ସମ୍ଭାବନାରେ ଚିନ୍ତାରେ ଖାଉଟି । ୫ଦିନ ତଳେ ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଏବେ ରହିଛି ୬୦ ଟଙ୍କା । ସପ୍ତାହକରେ ୩୦ ଟଙ୍କା ବଢିଲା ଆଳୁ ଦର । ଫଳରେ ରୋଷେଇ ଘରେ ଆଳୁ ଚିନ୍ତା ଘାରିଛି । ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁୟାୟୀ, ଆଳୁ ଯୋଗାଣ କମିଥିବାବେଳେ ଏବେ ବସ୍ତାରେ ବି କମ୍ ଆଳୁ ଯୋଗାଣ ହେଉଛି ।
ପୂର୍ବରୁ ବସ୍ତାରେ ୫୦କେଜି ଆଳୁ ରହୁଥିବାବେଳେ ଏବେ ୪୨ କେଜି ଆଳୁ ଆସୁଛି । ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଅଟକାଇବା ପରେ ଏବେ ଓଡ଼ିଶା ସରକାରଙ୍କୁ ଆଳୁ ଚିନ୍ତା ଘାରିଛି ।