କେନ୍ଦ୍ରାପଡାରୁ କେରଳ ଯାଉଥିବା ୩୦୦ ଶ୍ରମିକ ଅଟକ, ଶ୍ରମ ବିଭାଗର ଯାଞ୍ଚ ଆରମ୍ଭ

କେନ୍ଦ୍ରାପଡା : କେନ୍ଦ୍ରାପଡାରୁ କେରଳକୁ ବହୁ ସଂଖ୍ୟାରେ ଶ୍ରମିକ କାମ କରିବାକୁ ଯାଉଥିବା ବେଳେ ଅଟକ ରଖାଯାଇଛି । ବସରେ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରମିକ ଯାଉଥିଲେ ବି କେହି ଟେର ପାଉ ନଥିଲେ । ଆଜି ୪ ଟି ବସରେ ୩୦୦ ଶ୍ରମିକ କେରଳ ଯାଉଥିବା ବେଳେ ବସର କାଗଜପତ୍ର ଯାଞ୍ଚ ବେଳେ ଜଣାପଡ଼ିଛି । ଟୁରିଷ୍ଟ ପର୍ମିଟ କରି ଶ୍ରମିକଙ୍କୁ ନେଉଥିବାରୁ କେନ୍ଦ୍ରାପଡା ବସ ସଂଘ ଉକ୍ତ ବସକୁ ଅଟକାଇଥିଲେ । ଖବର ପାଇ ପରିବହନ ବିଭାଗ କର୍ମଚାରୀ ପହଞ୍ଚିଥିଲେ ।

ଏହି ବସଟି କେନ୍ଦ୍ରାପଡା ଜିଲ୍ଲାରୁ କେରଳ ସପ୍ତାହରେ ଥରେ ଯାଇଥାଏ ।
ସେଠାରେ ବିଭିନ୍ନ କମ୍ପାନୀରେ ଓ ଗ୍ୟାରେଜରେ ଲୋକେ କାମ କରିଥାନ୍ତି । ଝିଅମାନେ ବିଭିନ୍ନ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଥାନ୍ତି । କେନ୍ଦ୍ରାପଡା ଜିଲ୍ଲାରୁ ବସ ଚାଲିଥିବାରୁ ସେମାନେ ହଜାର ହଜାର ସଂଖ୍ୟାରେ କେରଳକୁ ଶ୍ରମିକ ଭାବରେ ଯାଉଛନ୍ତି । ଆଜି ବସ ଅଟକିବା ପରେ ଯାଞ୍ଚ ହେବାରୁ ଏମାନେ ସମସ୍ତେ ଶ୍ରମିକ ବୋଲି ଜଣାପଡ଼ିଛି । ଶ୍ରମ ବିଭାଗ କର୍ମଚାରୀ ଏ ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.