ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ହେଲା ୩୦ତମ ସମାବର୍ତ୍ତନ ଉତ୍ସବ, ଯୋଗଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ୩୦ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଯୋଗ ଦେଇଥିଲେ । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେଇ ୪୯ଜଣ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ  ମେଡାଲ , ୮୬ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡ଼ି, ୫ଜଣ ଛାତ୍ରଛାତ୍ରୀଙ୍କୁ ଡିଲିଟ୍‌ ଓ ଜଣଙ୍କୁ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରାଯାଇଛି। ୨୫ ହଜାର ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୨୩୯ କଲେଜର ଗ୍ରାଜୁଏସନ ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷ ମଧ୍ୟରେ ଦୁଇ ଲକ୍ଷ ସାର୍ଟିଫିକେଟ ପ୍ରଦାନ କରାଯିବ ।

sambalpur university 1ଏହି ଅବସରରେ ଅଜିତ କୁମାର ମହାନ୍ତିଙ୍କୁ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟରେଟ ସମ୍ମାନରେ ସମ୍ମାନିତ କରାଯାଇଛି । ଏହାଛଡା ପଶ୍ଚିମ ଓଡ଼ିଶାର ନାଟ୍ୟକାର ତଥା ନିର୍ଦ୍ଦେଶକ ଅଟଳ ବିହାରୀ ପଣ୍ଡାଙ୍କୁ କଳା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟରେଟ ପ୍ରଦାନ କରାଯାଇଛି ।ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପରିସରରେ VSSUT a IIM ଭଳି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ରହିଥିବାରୁ ଏହାକୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ମାନ୍ୟତାର ଆବଶ୍ୟକତା ରହିଛି ବୋଲି କୁଳପତି କହିଛନ୍ତି। ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଛାତ୍ରାଛାତ୍ରୀ ନିଜ ଲକ୍ଷ ଓ କର୍ତ୍ତବ୍ୟ ଉପରେ ଯଥେଷ୍ଟ ଧ୍ୟାନ ଓ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଗତ ୫ ବର୍ଷ ମଧ୍ୟରେ ଅଭିବୃଦ୍ଧି ହାର ବଢିଛି। ବର୍ତ୍ତମାନ ୩ ଟ୍ରିଲିଅନ୍‌ ବଢିଛି। ୫ ଟ୍ରିଲିଅନ ୨୦୨୪ ସୁଦ୍ଧା ନିଶ୍ଚୟ ହେବ। GDP କିଛି ଦିନ ହେଲା କମିଛି କିନ୍ତୁ ଭବିଷ୍ୟତରେ ଅର୍ଥନୀତିର ଆହୁରି ଆଭିବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଛନ୍ତି।

 

 

 

 

Leave A Reply

Your email address will not be published.