ଭୁବନେଶ୍ୱର (କେନ୍ୟୁଜ୍) : ଆଜି ରାଜଧାନୀ ଭୁବନେଶ୍ୱରରୁ ୩୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ପଜିଟିଭ ସଂଖ୍ୟା ୩୦ ହଜାର ୯୨୬କୁ ବୃଦ୍ଧି ପାଇଛି । ସୂଚନା ମୁତାବକ ବର୍ତ୍ତମାନ ସମୟରେ ୩୬୬ଟି ଆକ୍ଟିଭ କେସ ରହିଛି । କରୋନାରେ ଆକ୍ରାନ୍ତ ହୋଇ ଏଯାବତ ୨୨୫ ଜଣଙ୍କ ଜୀବନ ଯାଇସାରିଲାଣି ।
Update on newly detected #COVID19 cases in the last
24 hrs under the BMC area on 6th Dec (till 9am) pic.twitter.com/1wnbIuNntp— BMC (@bmcbbsr) December 6, 2020
ଆଜିର ଚିହ୍ନଟଙ୍କ ମଧ୍ୟରୁ ୬ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୬ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ନେଇ କହିଛନ୍ତି ବିଏମସି କତ୍ତୃପକ୍ଷ । ଯେବେକି ୨୫ ଜଣ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷରେ ସହରର ୪୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହାକୁ ମିଶାଇ ୩୦ ହଜାର ୩୧୪ କୁ ବୃଦ୍ଧି ପାଇଛି ସୁସ୍ଥ ସଂଖ୍ୟା ।