କ୍ଷେତ ବୁଲିବେ, କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବେ ନବୀନ
କ୍ଷେତ ବୁଲିବେ, କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବେ ନବୀନ। ଅଦିନିଆ ବର୍ଷାରେ ଚାଷ ନଷ୍ଟ ପରେ ଗ୍ରାଉଣ୍ଡରେ ସ୍ଥିତି ପରଖି ଚାଷୀଙ୍କୁ ଆଶ୍ବାସନା ଦେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆସନ୍ତା କାଲି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରିବେ। ୩୧ରେ ୪ ଜିଲ୍ଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ବୁଲି ଚାଷୀଙ୍କ ସହ କଥା ହେବେ। ଫସଲହାନି ସ୍ଥିତି ଅନୁଧ୍ୟାନ କରିବେ। ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ଯୋଗାଇ ଦେବାକୁ ଦାବି କରିବେ ନବୀନ ।
ଲଘୁଚାପ ବର୍ଷାରେ ନଷ୍ଟ ହୋଇଥିବା କ୍ଷେତ ବୁଲି ଦେଖିବା ସହ ଚାଷୀଙ୍କୁ ଭେଟିବେ । ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର, ଆସିକା ଓ ଖଲିକୋଟ ଆଦି ସ୍ଥାନ ଗସ୍ତ କରି ଚାଷଜମି ବୁଲି ଦେଖି ସ୍ଥିତି ପରିଖିବେ ଓ ଚାଷୀଙ୍କ ସହ କଥା ହେବେ। ଫସଲ କ୍ଷତି ସମ୍ପର୍କରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ଚାଷୀ କିପରି ସଠିକ କ୍ଷତିପୂରଣ ପାଇବେ ସେନେଇ ଧ୍ୟାନ ଦେବାକୁ କହିବେ।
୩୧ ତାରିଖରେ ୪ ଜିଲ୍ଲା ଗସ୍ତ କରିବେ ନବୀନ। ଫସଲହାନି ନେଇ ୪ ଜିଲ୍ଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ବୁଲି ଚାଷୀଙ୍କ ସହ କଥା ହେବେ। ଫସଲହାନି ସ୍ଥିତି ଅନୁଧ୍ୟାନ କରିବେ। ପୁରୀ ଜିଲ୍ଲାର ସତ୍ୟବାଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ।
ଜଗତସିଂହପୁର ଜିଲ୍ଲା ବାହାରଣା ପଞ୍ଚାୟତର ରତିସିଂହା ଯାଇ ସେଠାରେ ଚାଷୀଙ୍କ ସହ ଆଲୋଚନା କରିବେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ଚାଷୀଙ୍କୁ ବି ଭେଟିବେ ନବୀନ। କଟକ ସାଲେପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବା ସହ ଫସଲ କ୍ଷୟକ୍ଷତି ନେଇ ଅଧିକାରୀଙ୍କ ସହ ସମୀକ୍ଷା କରିବେ ।